ଜଗନ୍ନାଥଙ୍କ ର ଷୋହଳ କଳା


ଜଗନ୍ନାଥଙ୍କ ର ଷୋହଳ କଳା ଆମକୁ ସଂସାର ରେ କିପରି ଜୀବନ ସୁଚାରୁ ରୂପେ  ଅତିବାହିତ କରିହେବ ସେଇ ଶିକ୍ଷା ଦେଇଥାଏ।।

ପ୍ରଥମ କଳା - ନିବୃତ୍ତି : ସଂସାରରେ ରହି ସଂସାରିକତାରୁ ମୁକ୍ତ ହେବାର କଳା । 

ଦ୍ୱିତୀୟ କଳା - ପ୍ରତିଷ୍ଠା : ସତମାର୍ଗରେ ଯଶ ଅର୍ଜନ କରିବାର କଳା ।

ତୃତୀୟ କଳା - ବିଦ୍ୟା : ନିଃସ୍ୱାର୍ଥ ଭାବରେ ଆଜି ଜନହିତକର ବିସ୍ତାର କରିବାର କଳା ।

ଚତୁର୍ଥ କଳା - ଶାନ୍ତି : ମନ ଓ ମସ୍ତିଷ୍କ ମଧ୍ୟରେ ସମନ୍ୱୟ ରଖି ସ୍ଥିର ଚିତରେ ରହିବାର କଳା ।

ପଞ୍ଚମ କଳା - ଇନ୍ଧିକା : ନିଜ ଅନ୍ତଃଶକ୍ତିକୁ ସଂଗ୍ରହ କରିବାର କଳା ।

ଷଷ୍ଠ କଳା - ଦୀପିକା: ଶକ୍ତିର ସତ ଏବଂ ଉପଯୁକ୍ତ ପ୍ରୟୋଗର କଳା ।

ସପ୍ତମ କଳା - ରେଚିକା : ନିଜ ଦୁଷ୍ଟ ପ୍ରବୃତ୍ତିକୁ ଚିହ୍ନି, ତାହାକୁ ସ୍ୱୀକାର କରି ପରିତ୍ୟାଗ କରିବାର କଳା ।

ଅଷ୍ଟମ କଳା- ମୋଚିକା : ମାୟା ଓ ମୋହରୁ ମୁକ୍ତ ହେବାର କଳା ।

ନବମ କଳା - ପରା : ନୂଆ ଦିଶା ଅଙ୍କନ ଓ ଭିନ୍ନ ଅମୃତ ଲକ୍ଷ ସ୍ଥାପନ କରିବାର କଳା ।

ଦଶମ କଳା - ସୂକ୍ଷ୍ମ : ସତ ସୂକ୍ଷଗତ ବିଚାର କରିବାର କଳା ।

ଏକାଦଶ କଳା - ସୁକ୍ଷ୍ମ ଅମୃତ :ଅମୃତତୁଲ୍ୟ କଥାର ପ୍ରୟୋଗ ତଥା ତାହାକୁ ଅମୃତ ପରି ବିସ୍ତରଣର କଳା ।

ଦ୍ୱାଦଶ କଳା - ଜ୍ଞାନ : ଠିକ ଓ ଭୁଲ ମଧ୍ୟରେ ପ୍ରଭେଦକୁ ବୁଝିବା ଓ ବୁଝାଇବା କଳା ।

ତ୍ରୟୋଦଶ କଳା- ଜ୍ଞାନ ଅମୃତ : ଜ୍ଞାନ ଅର୍ଜନ କରି ତାହାକୁ ଅମୃତ ପରି ବାଣ୍ଟିବାର କଳା ।

ଚତୁର୍ଦ୍ଦଶ କଳା - ଅପ୍ୟାୟିନୀ : ନିଜ କର୍ମଦ୍ୱାରା ସମାଜ କଲ୍ୟାଣ କରିବାର କଳା ।

ପଞ୍ଚଦଶ କଳ - ବ୍ୟାପିନୀ : ସତ୍ୟକୁ ସର୍ବବ୍ୟାପୀ କରିବାର କଳା ।

ଷୋଡ଼ଶ କଳା - ବ୍ୟୋମରୂପା : ଆକାଶ ପରି ନିଜ ବିରାଟ ବ୍ୟକ୍ତିତ୍ୱରେ ସମସ୍ତଙ୍କୁ ସମାହିତ କରିବାର କଳା।

#ଜୟ_ଜଗନ୍ନାଥ

Comments

Popular posts from this blog

The Rath Yatra, also known as the Chariot Festival

कोई मुझे बताएगा कि मैं सिर्फ जगन्नाथ को अपने घर पे ला सकता हूं | या तीनो को साथ ही लाना होता है?

The Bedi Hanuman Temple in Puri, Odisha, India